ଅଜଣା ଗାଡି ଧକ୍କାରେ ବାଇକ ଆରୋହି ମୃତ

ପାଟଣା,ଏନ୍ଏନ୍ଏସ୍ :କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ଧାନବେଣୀ ଛକ ନିକଟରେ ଏକ ଅଜଣା ଗାଡିଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଉଛନ୍ତି ସଦର ଥାନା ବନାଯୋଡି ଗ୍ରାମର ପରେଶ ଚନ୍ଦ୍ର ବାରିକ । ଖବର ଅନୁସାରେ ପରେଶ ତୁରୁମୁଙ୍ଗା ପାର୍ଶ୍ୱରୁ କେନ୍ଦୁଝର ଆଡ଼କୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।