ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ସାଧାରଣ ଜନତା ବିରୋଧ ପ୍ରଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଗୋଟବାୟା ରାଜପେକ୍ଷେ ଦେଶ ଛାଡ଼ି ପଳାଇବା ପରେ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରିବା ନେଇ ଘୋଷଣା କରାଯାଇଛି । ଏନେଇ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେବାର୍ଦେନା ସୂଚନା ପ୍ରଦାନ କରିଛନ୍ତି । ପରେ ଦେଶରେ ହଙ୍ଗାମା ଆହୁରି ବଢ଼ିଯାଇଛି । ଜନତାଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି କଲମ୍ବୋରେ କର୍ଫ୍ୟୁ ଜାରି କରାଯାଇଛି ।

କାର୍ଯ୍ୟକାରୀ ରାଷ୍ଟ୍ରପତି ନେଇ ଘୋଷଣା ପରେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି । ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସେତେବେଳେ କାର୍ଯ୍ୟକାରୀ ରାଷ୍ଟ୍ରପତି ହୁଅନ୍ତି ଯେତେବେଳେ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତ କରନ୍ତି । ସେଥିପାଇଁ ରାଷ୍ଟ୍ରପତିଙ୍କ କ୍ଷମତା ପ୍ରଧାନମନ୍ତ୍ରୀ ପ୍ରୟୋଗ କରିପାରିବେ ନାହିଁ ।