କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ଜାରି ରହିଥିବା ଜନତାଙ୍କ ଆକ୍ରୋଶ ମଧ୍ୟରେ ରାନିଲ ବିକ୍ରମସିଂଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ରୂପେ ଶପଥ ନେଇଛନ୍ତି । ଏହାପୂର୍ବରୁ ତାଙ୍କୁ ନିୟମ ଅନୁଯାୟୀ ରାଷ୍ଟ୍ରପତି ପଦ ମିଳିଥିଲା । ହେଲେ ଏବେ ବିକ୍ରମସିଂଘେ ଶ୍ରୀଲଙ୍କାର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଆଗାମୀ କିଛିଦିନରେ ନୂଆ ରାଷ୍ଟ୍ରପତି ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ, ଆସନ୍ତାକାଲି ଗୋଟବାୟା ରାଜପକ୍ଷେ ଇମେଲ ଯୋଗେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଗୋଟବାୟା ଏବେ ସିଙ୍ଗାପୁରରେ ଥିବା ନେଇ ସୂଚନା ମିଳିଛି ।