୧୨ ଦିନ ପରେ ଜେଲରୁ ବାହାରି ହସ୍ପିଟାଲ ପହଞ୍ଚିଲେ ରାଣା ଦମ୍ପତ୍ତି

ମୁମ୍ବାଇ: ନିର୍ଦ୍ଦଳୀୟ ସାଂସଦ ନବନୀତ କୌର ରାଣା ୧୨ ଦିନ ପରେ ଜେଲରୁ ମୁକୁଳିଛନ୍ତି । ଭାୟଖଲା ଜେଲରୁ ବାହାରିବା ପରେ ନବନୀତ ସିଧାସଳଖ ଲାୀଲାବତୀ ହସ୍ପିଟାଲରେ ପହଞ୍ଚିଛନ୍ତି । ପିଠିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅପରାହ୍ନ ୪ଟାରେ ନବନୀତଙ୍କ ବିଧାୟକ ସ୍ୱାମୀ ରବି ରାଣା ତଲୋଜା ଜେଲରୁ ବାହାରି ସିଧାସଳଖ ହସ୍ପିଟାଲରେ ପହଞ୍ଚିଥିଲେ । ସ୍ୱାମୀଙ୍କୁ ଭେଟିବା ପରେ ନବନୀତ ଭାବବିହ୍ୱଳ ହୋଇଯାଇଥିଲେ ।

ସୂଚନାଯୋଗ୍ୟ, ରାଣା ଦମ୍ପତ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପଢ଼ିବା ଘୋଷଣାକୁ ନେଇ ଗତ ୨୩ ତାରିଖରେ ଗିରଫ ହୋଇଥିଲେ । ଗତକାଲି ଉଭୟଙ୍କୁ ସେସନ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।