ସଫଳ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ,  ଧନ୍ୟବାଦ ଦେଲେ ରାଜନାଥ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ସଫଳ ହୋଇଛି। ଏନେଇ ଟ୍ୱିଟ୍ କରି ରାଜନାଥ ସିଂହ କହିଛନ୍ତି, ‘ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ସଫଳତାର ସହ ଶେଷ ହୋଇଛି । ରାଷ୍ଟ୍ରପତିଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏମ୍ସ ନିର୍ଦ୍ଦେଶକଙ୍କ ସହିତ କଥା ହୋଇଛି । ସଫଳତାର ସହି ବାଇପାସ ସର୍ଜରୀ ଶେଷ କରିଥିବାରୁ ଡାକ୍ତରୀ ଟିମକୁ ଧନ୍ୟବାଦ।

ପ୍ରକାଶ ଥାଉକି, ଗତ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆର୍ମି ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମାର୍ଚ୍ଚ ୨୭ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଯାଞ୍ଚ ପରେ ବାଇପାସ୍ ସର୍ଜରୀ କରାଇବାକୁ ଡାକ୍ତରୀ ଟିମ ସୂଚନା ଦେଇଥିଲେ । ତେବେ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ସଫଳ ହୋଇଛି ।