କରୋନା ଭୟ : ସମସ୍ତ ସଚିବଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ, ଏଜେନ୍ସି : ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ କେମିତି ରୋକାଯାଇ ପାରିବ ସେନେଇ ମଙ୍ଗଳବାର ସମସ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି। ସଂକ୍ରମଣକୁ ରୋକିବା ପାଇଁ ସତର୍କତାର ସହ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ଜନ ସାଧାରଣକୁ ସଚେତନ କରାଯାଉ ବୋଲି କହିଛନ୍ତି। ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ସ୍ଥାନରେ କଣ୍ଟେନମେଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କେବଳ ଟେଷ୍ଟ ନୁହେଁ, ଟ୍ରିଟ୍, ଟ୍ରାକ୍ ନୀତି ଆପଣେଇ ସଂକ୍ରମଣ ଉପରେ ରୋକ୍ ଲଗାଇବା ଦିଗରେ କାର୍ଯ୍ୟ କରନ୍ତୁ ରାଜ୍ୟ।  ଡିଷ୍ଟିକ ଆକ୍ସନ ପ୍ଲାନ କରି ତୁରନ୍ତ ପଦକ୍ଷେପ ନିଅନ୍ତୁ। ଏହାସହ ଜିଲ୍ଲାପାଳ ଦୈନିକ ଦୁଇ ଥର ସ୍ଥିତି ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ ଆରଟିପିସିଆର ଟେଷ୍ଟ ଅତି କମରେ ୭୦ ପ୍ରତିଶତ କରିବାକୁ କୁହାଯାଇଛି। କରୋନା ନିୟମ କଡାକଡି ପାଳନ ପାଇଁ ପୋଲିସକୁ ବ୍ୟବହାର କରିବାକୁ ସଚିବ ପରାମର୍ଶ ଦେଇଛନ୍ତି।