ରାମନାଗୁଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ହାଟପଦାଠାରେ ପ୍ରାକୃତିକ ବିପର୍ୟ୍ୟୟ ଦିବସ ଅବସରରେ ଏକ ବ୍ଲକସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ରାମନାଗୁଡ଼ା ବିଡ଼ିଓ ବେଣୁଧର ଶବର, ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ତହସିଲଦାର ଜୟଶ୍ରୀ ମଲ୍ଲିକ, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଗ୍ନିଶମବିଭାଗର କର୍ମଚାରୀମାନେ ଉପସ୍ଥିତ ଅଞ୍ଚଳବାସୀଙ୍କୁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ସହଯୋଗ କରିଥିଲେ।