ନୂଆଦିଲ୍ଲୀ: ବିଶ୍ୱର ନଂ ୧ ଚେସ ଖେଳାଳି ନରୱେର ମେଗନସ କାର୍ଲସନ ଚେସ ୱାର୍ଲ୍ଡକପରେ ଭାରତର ରମେଶବାବୁ ପ୍ରଜ୍ଞାନନ୍ଦଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ଉଭୟ ଖେଳାଳୀଙ୍କ ମଧ୍ୟରେ ଫାଇନାଲ ମ୍ୟାଚର ଉଭୟ ମ୍ୟାଚ ଡ୍ରରେ ସରିବା ଯୋଗୁ ପରିମାଣ ଟ୍ରାୟବ୍ରେକରରେ ବାହାରିଥିଲା ।
ସୂଚନାଯୋଗ୍ୟ, ୧୮ ବର୍ଷୀୟ ରମେଶବାବୁ ପ୍ରଜ୍ଞାନନ୍ଦ ବିଶ୍ୱର ସବୁଠୁ କନିଷ୍ଠ ଖେଳାଳୀ ଭାବେ ଚେସ ୱାର୍ଲ୍ଡକପ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରଜ୍ଞାନନ୍ଦ ମାତ୍ର ୧୦ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ ମାଷ୍ଟର ହୋଇଥିଲେ । ପ୍ରଜ୍ଞାନନ୍ଦଙ୍କ ପୂର୍ବରୁ ବିଶ୍ୱନାଥ ଆନନ୍ଦ ୱାର୍ଲ୍ଡକପ ଜିତିଥିଲେ ।