ରାମନାଗୁଡ଼ା ରୋଗୀ କଲ୍ୟାଣ ସମିତି ବୈଠକ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରାପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅନୀଲ କୁମାର ବେହେରା, ଡ. ସୌରଭ ମହାପାତ୍ର, ବ୍ଲକ ଶିକ୍ଷାଧିକାରୀ ସୁଜନ ମଲ୍ଲିକ, ବିପିଓ କମଳାକର ରାଓ, ଗଗନ ଆଚାର୍ଯ୍ୟ, ଜଗଦିଶ ନାୟକ ବେହେରା, ଆଇସିଡିଏସ ସୁପରଭାଇଜର ସାବିତ୍ରୀ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ସ୍ୱଚ୍ଛ ସ୍ୱାସ୍ଥ୍ୟ ସୁବାର୍ତ୍ତାରେ ୧୦ଲକ୍ଷ ଟଙ୍କା ଆସିଥିବାବେଳେ ୨୦୨୦-୨୧ଆର୍ôଥକ ବର୍ଷ ପାଇଁ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି।

ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ମରାମତି ଓ କୋଭିଡ଼-୧୯ପାଇଁ ଡ୍ରାଇଭରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡଙ୍ଗି ଲୋକେ ମଶାରୀ ପାଇପାରୁନଥିବା କହିବା ସହ ଯଥାଶୀଘ୍ର ଲୋକଙ୍କୁ ମଶାରୀ ପ୍ରଦାନ କରିବାକୁ କହିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ସମ୍ପର୍କୀୟଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ଏକ ପାଇଖାନା କରାଯିବାକୁ ଆଲୋଚନା ହୋଇଥିଲା। ଏହାସହ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ହର୍ବାଲ ବଗିଚା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଓ କମଳାକର ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ