ବାବା ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ଡେରା ମ୍ୟାନେଜର ରଣଜୀତ ସିଂହ ହତ୍ୟା ମାମଲାରେ ବାବା ଗୁରମୀତ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ରାମ ରହିମଙ୍କ ସମେତ ତାଙ୍କର ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ପଞ୍ଚକୁଲା ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ରାମ ରହିମଙ୍କଠୁ ୩୧ ଲକ୍ଷ ଓ ସହଯୋଗୀଙ୍କଠାରୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବା ନେଇ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ଡେରା ମ୍ୟାନେଜର ରଣଜୀତ ସିଂହଙ୍କୁ ୨୦୦୨ରେ ହତ୍ୟା କରାଯାଇଥିଲା। ଏକ ଅଜ୍ଞାତ ପତ୍ର ପ୍ରସାରିତ କରିଥିବା ସନ୍ଦେହ କରି ରଣଜୀତଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ପତ୍ରରେ ଡେରା ମୁଖ୍ୟ ରାମ ରହିମ ଡେରା ମୁଖ୍ୟାଳୟରେ ମହିଳାଙ୍କୁ ଯୌନ ଶୋଷଣ କରୁଥିବା ଉଲ୍ଲେଖ କରାଯାଇଥିଲା।