ସ୍କୁଲ ଖୋଲିବା ନେଇ ଗାଇଡଲାଇନ ଜାରି କଲା ଶିକ୍ଷା ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କାଳରେ ସ୍କୁଲ ଖୋଲାଯିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବ। ଅଷ୍ଟମ ଶ୍ରେଣୀ ପାଇଁ ୧୭ରୁ ୨୪ ମଧ୍ୟରେ ଶିକ୍ଷକ-ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯିବ। ସ୍କୁଲ ଖୋଲାଯିବାର ଦିନକ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଧାନଶିକ୍ଷକ ଜଣାଇବେ। ଏଥିସହିତ ପ୍ରଥମ ୨ଦିନ ପାଠ ପଢ଼ାଯିବନି, କେବଳ ପିଲାଙ୍କ ସହ ଆଲୋଚନା ହେବ। ପାଠପଢ଼ା ନେଇ ଶିକ୍ଷକ ଓ ପରିଚାଳନା କମିଟି ଆଲୋଚନା କରିବେ। ୨୭, ୨୮ ଓ ୨୯ରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣସ୍ତର ଆକଳନ ହେବ। ଆକଳନ ସରିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷାଦାନ ହେବ। ସ୍କୁଲରେ ଭୟମୁକ୍ତ ବାତାବରଣ ସୃଷ୍ଟି ପାଇଁ ଶିକ୍ଷକମାନେ ଚେଷ୍ଟା କରିବେ। ମଧ୍ୟାହ୍ନ ବଦଳରେ ପିଲାଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।