ଆଜି ୫୩୦ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୩୦ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୦ଲକ୍ଷ ୨୨ହଜାର ୭୮୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବଧିକ ୨୩୩, କଟକରୁ ୬୭, ଷ୍ଟେଟପୋଲରୁ ୫୫, ମୟୁରଭଞ୍ଜରୁ ୨୯, ବାଲେଶ୍ୱରରୁ ୨୦, ସୁନ୍ଦରଗଡ଼ରୁ ୧୯, ଜଗତସିଂହପୁରରୁ ୧୬, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀରୁ ୧୩ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୯ଜଣ ରହିଛନ୍ତି। ସେହିପରି ବଲାଙ୍ଗିରରୁ ୭, ଗଞ୍ଜାମରୁ ୪, ଭଦ୍ରକ ଓ ଢେଙ୍କାନାଳରୁ ୩ ଲେଖାଏଁ, ଅନୁଗୁଳ, କନ୍ଧମାଳ, କୋରାପୁଟ ଓ ନୂଆପଡ଼ାରୁ ୨ ଲେଖାଏଁ, ବରଗଡ଼, ଝାରସୁଗୁଡ଼ା, କେଉଁଝର, ମାଲକାନଗିରି ଓ ସୋନପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୫ହଜାର ୪୧୭ ହୋଇଥିବାବେଳେ ୧୦ଲକ୍ଷ ୨୨ହଜାର ୭୮୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୨୯୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୪ହଜାର ୨୯୪ଜଣ ଚିକିତ୍ସିତ ହେଉଛନ୍ତି।