ଅହମ୍ମଦାବାଦ ସିରିୟଲ ବିସ୍ଫୋରଣ: ୩୮ଙ୍କୁ ଫାଶି ଦଣ୍ଡାଦେଶ

ଅହମ୍ମଦାବାଦ: ଅହମ୍ମଦାବାଦ ସିରିୟଲ ବିସ୍ଫୋରଣ ମାମଲାରେ ସ୍ୱତନ୍ତ୍ର କୋର୍ଟ ଆଜି ସଜା ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ୪୯ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶି ସଜା ଶୁଣାଯାଇଛି । ଇତିହାସରେ ପ୍ରଥମଥର ପାଇଁ କୌଣସି ଦୋଷ ପାଇଁ ଏକାଥରକେ ୩୮ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି ।

ସୂଚନାଯୋଗ୍ୟ, ୨୦୦୮ ଜୁଲାଇ ୨୬ରେ ୭୦ ମିନିଟ ମଧ୍ୟରେ ହୋଇଥିବା ଲଗାତାର ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିସହିତ ୨୦୦ରୁ ଅଧିକ ଗୁରୁତର ହୋଇଥିଲେ । ଉକ୍ତ ମାମଲାରେ ୨୦୦୯ରୁ ୭୮ ଲୋକଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା । ପରେ ଜଣେ ସରକାରୀ ସାକ୍ଷୀ ହେବା ଯୋଗୁ ଅଭିଯୁକ୍ତଙ୍କ ସଂଖ୍ୟା ୭୭ ହୋଇଥିଲା । ୭୭ରୁ ୪୯ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨୮ଜଣ ପ୍ରମାଣ ଅଭାବରୁ ଖଲାସ ହୋଇଥିଲେ ।