ରାମ ମନ୍ଦିର ହଲ୍ ସିଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ରାମ ମନ୍ଦିର ପରିସରରେ ଥିବା କନଫ୍ରେନ୍ସ ହଲ୍ ସିଲ୍ କରାଯାଇଛି। କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିଏମସି ସିଲ୍ କରିଥିବା ଜଣାପଡ଼ିଛି। ହଲରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ କରୋନା କଟକଣା ଉଲ୍ଲଙ୍ଘନ ହୋଇଥିଲା। ସେଥିପାଇଁ ପାର୍ଟି ଆୟୋଜକଙ୍କଠାରୁ ବିଏମସି ୫ ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିଛି।