ଦେବଗଡ଼,ଏନ୍ଏନ୍ଏସ୍: ପବିତ୍ର ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସ୍କୃତିକ ଶୋଭାଯାତ୍ରା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରର ଗୋପାଳଜୀ ମନ୍ଦିରରେ ବଜରଙ୍ଗ ମଣ୍ଡପ ପକ୍ଷରୁ ହୋମ ଯଜ୍ଞ ସହ ପୂଜାର୍ଚ୍ଚନା କରାଯିବା ପରେ ମଧ୍ୟାହ୍ନରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଅନୁରୂପଭାବେ ପୁରୁଣାଗଡ଼ ଓଲଟ ବଟ ବଜରଙ୍ଗ କମିଟି ପକ୍ଷରୁ ପୂଜାର୍ଚ୍ଚନା ପରେ ଅପରାହ୍ନରେ ବାଇକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଏହି ଅବସରରେ ସାହି ସାହିରେ ଝୋଟି ଚିତା ଆଙ୍କି ଶୋଭାଯାତ୍ରା ଦଳଗୁଡ଼ିକୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାସହ ବଜରଙ୍ଗ କମିଟି ସଦସ୍ୟଙ୍କ ଦ୍ୱାରା ପାରମ୍ପରିକ ସମର କଳା ପ୍ରଦର୍ଶିତ କରାଯାଇଥିଲା ।