ଆପ୍ ରାଜ୍ୟସଭା ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ଆମ ଆଦମି ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଫର୍ଜି ହସ୍ତାକ୍ଷର ମାମଲାରେ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ରାଜ୍ୟସଭାରେ ରାଘବଙ୍କ ବିରୋଧରେ ପ୍ରସ୍ତାବ ଆଗତ କରାଯାଇ ସଦନରେ ତାଙ୍କର ଏହି ଆଚରଣକୁ ଖୁବ୍ ନିନ୍ଦନୀୟ କୁହାଯାଇଥିଲା ।

ରାଜ୍ୟସଭାରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟେଲ ରାଘବ ଚଡ୍ଡା ମାମଲା ଉଠାଇଥିଲେ । ଯେଉଁଭଳି ସଦସ୍ୟଙ୍କ ଅଜାଣତରେ ତାଙ୍କ ନାଁ ଲିଷ୍ଟରେ ରଖାଯାଇଛି ତାହା ଏକ ଖୁବ୍ ଗମ୍ଭୀର ମାମଲା ବୋଲି ଗୋୟେଲ କହିଛନ୍ତି ।