ନାବାଳିକା ଦୁଷ୍କର୍ମୀଙ୍କୁ ଫାଶି

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଭାରତୀୟ ଦଣ୍ଡ ବିଧି ଆଇନରେ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଆଜି ରାଜ୍ୟସଭାରେ ସୂଚନା ପ୍ରଦାନ କରିଛନ୍ତି । ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳୁଥିଲା । ନୂଆ ଆଇନ ଅନୁସାରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁ ଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନା ବା ମୃତ୍ୟୁଦଣ୍ଡ ମିଳିବ ବୋଲି ଜଣାପଡ଼ିଛି ।