ହଟିବ ଆଇପିସି, ସିଆରପିସି ଓ ଆଇଇଏ

ନୂଆଦିଲ୍ଲୀ: ବ୍ରିଟିଶ ସମୟର ୩ ଗୁରୁତ୍ତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା ହଟାଯିବ । ଏଥିରେ ଆଇପିସି, ସିଆରପିସି ଓ ଆଇଇଏ ସାମିଲ ରହିଛି । ଏନେଇ ଗୃହମନ୍ତ୍ରୀ ଅମତି ଶାହ ଗୃହରେ ୩ଟି ବିଲ୍ ଆଗତ କରିଛନ୍ତି । ଆଇପିସିକୁ ହଟାଯାଇ ତା’ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଆସିବ । ସିଆରପିସିକୁ ହଟାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଆଇଇଏ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆସିବ । ଦଣ୍ଡ ଦେବା ନୁହେଁ ବରଂ ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ । ଆଇପିସିରେ ୫୧୧ ଧାରା ଥିଲା କିନ୍ତୁ ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ ହେବ ଏବଂ ୮ଟି ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିବ । ସିଆରପିସିରେ ୫୩୩ ଧାରା ରହିବ ଏବଂ ୧୬୦ ବଦଳିବ । ସିଆରପିସିରେ ୯ ନୂଆ ଧାରା ସାମିଲ ହେବ ଏବଂ ୯ ଧାରା ଉଚ୍ଛେଦ ହେବ ବୋଲି ଶାହ କହିଛନ୍ତି ।