ରାଜ୍ୟସଭାରେ ପାରିତ ହେଲା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ସଂଶୋଧନ ବିଲ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ସଂଶୋଧନ ବିଲ ରାଜ୍ୟସଭାରେ ପାରିତ ହୋଇଛି। ଏହି ବିଲରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିବାର ପ୍ରବଧାନ ରହିଛି। ୨୦୦୩ରେ ଆସିଥିବା ଏହି ଆଇନରେ ଏହି ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର।

ବର୍ତ୍ତମାନ ଏହି ଦୁଇ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ମାତ୍ର ୨ ବର୍ଷ ଥିବାବେଳେ ସଂଶୋଧିତ ଆଇନରେ ଏହାକୁ ୫ ବର୍ଷକୁ ବୃଦ୍ଧି କରାଯିବ। ତେବେ ପୂର୍ବରୁ ଏହାକୁ ନେଇ ନଭେମ୍ବର ୧୪ ତାରିଖରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ମଧ୍ୟ ଆଣିସାରିଛନ୍ତି।

ତେବେ ଆଜି ଏହି ବିଲ ରାଜ୍ୟସଭାରେ ଆଗତ ହୋଇଥିବା ବେଳେ ୧୨ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି କକ୍ଷ ତ୍ୟାଗ କରିଥିଲେ ବିରୋଧୀ ସଦସ୍ୟ। ଏହାରି ମଧ୍ୟରେ କେବଳ ମୌଖିକ ଭୋଟିଂ ଜରିଆରେ ଏହି ବିଲ ରାଜ୍ୟସଭାରେ ପାରିତ ହୋଇଛି। ପୂର୍ବରୁ ମଧ୍ୟ ଗତ ୯ ତାରିଖରେ ଏହି ବିଲରେ ଲୋକସଭାରେ ପାରିତ ହୋଇ ସାରିଛି। ବିଲ ସଂଶୋଧିତ ବିଲ ସମ୍ପର୍କରେ ଗୃହରେ ବବୃତ୍ତି ରଖଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଏହାକୁ ବିଜେଡି ମଧ୍ୟ ସମର୍ଥନ କରିଥିଲା।