ନୟାଗଡ଼,ଏନ୍ଏନ୍ଏସ୍: ଏଥର ରଜ ନାଁ ଫିକା ପଡ଼ିଲା ନା ଉଲ୍ଲାସ ଆଣି ଦେଲା। କରୋନା ମହାମାରୀରେ ରଜ ପାଳନକୁ ନେଇ କଟକଣା ଲାଗିଥିବା ବେଳେ ପର୍ବ ଫିକା ପଡ଼ିବ ବୋଲି ଆକଳନ କରାଯାଉଥିଲା।
ସଟ୍ଡାଉନ୍ ଥିବାରୁ ଜିଲ୍ଲାରେ ଏଥର ରଜପର୍ବ ସମ୍ପୂର୍ଣ୍ଣ ଫିକା ହେବାର ସମ୍ଭାବନା ଥିଲା। ମାତ୍ର ରଜ ପର୍ବକୁ ଅନେକ ଲୋକ ଘର ଭିତରେ ପାଳନ କରିଥିବା ବେଳେ କେତେକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରାଯାଇ ଦୋଳି ଖେଳ ହେବା ସହ ରଜ ପାଳନ ଚାଲିଛି। ଏଥିସହିତ ରଜକୁ ନେଇ ଯେଉଁ ପରମ୍ପରା ରହିଛି ତାକୁ ଘରେ ଘରେ ପାଳନ କରାଯାଉଥିବା ଜଣାଯାଇଛି।