ଗୁଜରାଟ,ଏଜେନ୍ସି: ଗୁଜରାଟର ରାଜକୋଟ ଅଞ୍ଚଳରେ ଆଜି ସନ୍ଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରାଜକୋଟରେ ମଧ୍ୟମ ଧରଣ ଭୂକମ୍ପ ସନ୍ଧ୍ୟା ୮ଟା ୧୩ ସମୟରେ ଅନୁଭୂତ ହୋଇଛି।
ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଲୋକମାନେ ଭୟବିତ ଥିବା ଜଣାପଡିଛି।