ହସ୍ପିଟାଲ ହେଉ କି ସୀମା ଆମେ ସର୍ବଦା ପ୍ରସ୍ତୁତ: ରାଜନାଥ ସିଂ

ନୂଆଦିଲ୍ଲୀ: ଦେଶ ଭିତରେ କରୋନା ସଙ୍କଟ ଓ ସୀମାରେ ଚୀନ ଭଳି ପଡ଼ୋଶୀ ଦେଶ ସହ ଲାଗି ରହିଥିବା ଚିନ୍ତାଜନକ ସ୍ଥିତି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ରାଜନାଥ କହିଛନ୍ତି କି, ‘ହସ୍ପିଟାଲ ହେଉ କି ସୀମା ଆମେ ସର୍ବଦା ପ୍ରସ୍ତୁତ।’
ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆଜି ଦିଲ୍ଲୀରେ ନିର୍ମାଣ ହୋଇଥିବା ସର୍ଦ୍ଦାର ବଲ୍ଲଭ ଭାଇ କୋଭିଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୧୦୦୦ ଶଯ୍ୟାବିଶିଷ୍ଟ ଏହି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଛି। ଏହି ଅବସରରେ ଲଦାଖରେ ଚୀନ ସହ ଲାଗି ରହିଥିବା ଚିନ୍ତାଜନକ ସ୍ଥିତି ସମ୍ବନ୍ଧରେ ସାମ୍ବାଦିକମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଆଉ ଏହାର ଉତ୍ତର ଦେବାକୁ ଯାଇ ‘ହସ୍ପିଟାଲ ହେଉ କି ସୀମା ଆମେ ସର୍ବଦା ପ୍ରସ୍ତୁତ’ ବୋଲି ରାଜନାଥ କହିଥିଲେ।