ସୀତାରମଣଙ୍କୁ ‘ବିଷାକ୍ତ ସାପ’ ଆଖ୍ୟା ଦେଲେ ଟିଏମସି ସାଂସଦ

କୋଲକାତା,ଏଜେନ୍ସି: ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଇନ୍ଧନର ଦର ବଢିବା ଏବଂ ଗାଡ଼ିଗୁଡ଼ିକର ଘରୋଇକରଣ କରାଯିବା ବିରୋଧରେ ରାଜ୍ୟର ବାଙ୍କୁଡ଼ା ଜିଲ୍ଲାରେ ଏକ ରାଲିରେ ସୀତାରାମଣଙ୍କୁ ‘ବିଷାକ୍ତ ସାପ’ ଭାବେ ଆଖ୍ୟା ଦେଇଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ। ଅନ୍ୟପଟେ ଦେଶର ଅର୍ଥ ବ୍ୟବସ୍ଥାକୁ ନିର୍ମଳା ନଷ୍ଟ କରିଦେଇଛନ୍ତି। ସେ ନିଜ ପଦରୁ ଇସ୍ତଫା ଦେଇଦେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ସାଂସଦ ବାନାର୍ଜୀଙ୍କ ଏହି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛି ବିଜେପି। ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଟ୍ୱିଟ୍ ଯୋଗେ କହିଛନ୍ତି ଯେ ଭ୍ରଷ୍ଟାଚାର, ହିଂସାରେ ବୁଡ଼ି ରହି ଟିଏମସି ନେତାମାନେ ମାନସିକ ଭାରସାମ୍ୟ ହରାଇଲେଣି। ମମତା ବାନାର୍ଜୀ ଦଳୀୟ ନେତା ଏବଂ ସରକାରଙ୍କ ଉପରୁ ନିୟନ୍ତ୍ରଣ ହରାଇ ବସିଲେଣି ବୋଲି ଦିଲ୍ଲୀପ ଘୋଷ କହିଛନ୍ତି।