ଆଜି ଏଲଓସି ଓ ଅମରନାଥ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖରେ ସୀମା ସୁରକ୍ଷା ସ୍ଥିତି ପରଖିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏଲଓସି ଗସ୍ତ କରିବେ। ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ଅମରନାଥ ମନ୍ଦିର ମଧ୍ୟ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଆଉ ଦ୍ୱିପ୍ରହର ସୁଦ୍ଧା ଦିଲ୍ଲୀ ଫେରି ଆସିବେ ବୋଲି ସୂଚନା ମିଳିଛି। ଗତକାଲି କୁଲଗାମରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ ଅମରନାଥରେ ବଡ଼ ଧରଣର ଆକ୍ରମଣ କରିବାର ସୂଚନା ମିଳିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ଗତକାଲି ଲେହର ଫରୱାର୍ଡ ଅଞ୍ଚଳ ଗସ୍ତ କରିଥିଲେ। ସେଠାରେ ସେ ଯବାନଙ୍କୁ ସାକ୍ଷାତ କରିବା ସହ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ। ରାଜନାଥଙ୍କ ସହ ଚୀଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ଉପସ୍ଥିତ ଥିଲେ।