ରାଜ୍ୟରେ ୫୯୧ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୧୬, ୭୦୧କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏଏନ୍ଏସ୍: ରାଜ୍ୟରେ ଆଉ ୫୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୯୪ ଜଣ ରହିଥିବାବେଳେ ୧୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୭୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୫ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୯୧ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୧୮୨, ଖୋର୍ଦ୍ଧାରୁ ୧୨୧, କଟକରୁ ୩୮, ବରଗଡ଼ରୁ ୩୫, ଜଗତସିଂହପୁର, ମୟୁରଭଞ୍ଜ ଓ ନବରଙ୍ଗପୁରରୁ ୨୨ ଲେଖାଏଁ, ସମ୍ବଲପୁରରୁ ୨୦, ଯାଜପୁରରୁ ୧୯, ସୁନ୍ଦରଗଡ଼ରୁ ୧୮, ବାଲେଶ୍ୱରରୁ ୧୩, ନୟାଗଡ଼ ଜିଲ୍ଲାରୁ ୧୧ ରହିଛନ୍ତି। ସେହିପରି ବଲାଙ୍ଗିର ଓ ଢେଙ୍କାନାଳରୁ ୯ ଲେଖାଏଁ, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୮ ଲେଖାଏଁ, କେଉଁଝର ଓ ପୁରୀରୁ ୬ ଲେଖାଏଁ, ଝାରସୁଗୁଡ଼ା ଓ ବୌଦ୍ଧରୁ ୫ ଲେଖାଏଁ, କୋରାପୁଟରୁ ୪, ଭଦ୍ରକ ଓ ଦେଓଗଡ଼ରୁ ୩ ଲେଖାଏଁ, ଅନୁଗୁଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୭୭ ହଜାର ୮୯୩ଟି କରୋନା ଟେଷ୍ଟ ହୋଇଥିବାବେଳେ ୧୬ ହଜାର ୭୦୧ଟି ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧୧,୩୩୦ ଜଣ ସୁସ୍ଥ ହୋଇଛନ୍ତି ଓ ୮୬ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୫,୨୫୯ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।