ରାଜୀବ କୁମାର ହେବେ ଭାରତର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଅର୍ଥଶାସ୍ତ୍ରବିତ ରାଜୀବ କୁମାର ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି। ରାଜୀବ କୁମାର ମେ’ ୧୫ରୁ କାର୍ଯ୍ୟଭାର ସମ୍ଭାଳିବେ । ଏନେଇ ଆଇନ ଓ ବିଧି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ସମୟରେ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ନିର୍ବାହ କରୁଥିବା ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟଭାର ମେ’ ୧୪ରେ ଶେଷ ହେବ ।

ସୂଚନାଯୋଗ୍ୟ, ନିକଟରେ ରାଜୀବ କୁମାର ନୀତି ଆୟୋଗ ପଦରୁ ଇସ୍ତଫା ଦେଇଥିଲେ । ସେହି ସମୟରେ ତାଙ୍କ ଇସ୍ତଫା ପଛର କାରଣ ସ୍ପଷ୍ଟ ହୋଇନଥିଲା ।