ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଉଧମପୁରସ୍ଥିତ ସଲାଥିୟା ଚୌକରେ ବିସ୍ଫୋରଣ ଘଟିଛି । ଫଳରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବମ୍ ନିରୋଧକ ଓ ଏଫଏସଏଲ ଟିମ୍ ପହଂଚି କେଉଁ କାରଣରୁ ବିସ୍ଫୋରଣ ଘଟିଛି ତାହା ଯାଞ୍ଚ କରୁଛନ୍ତି । ଅନ୍ୟପଟେ ପୁଲିସ ଆଙ୍କବାଦୀ ଆକ୍ରମଣ ଦିଶାରେ ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଏହି ବିସ୍ଫୋରଣ ଆଜି ଦ୍ୱିପ୍ରହରରେ ହୋଇଛି । ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକ ଓ ପୁଲିସ ଆହତଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ସେ ଡିସି ଇନ୍ଦୁ ଚିବଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି ।