‘ଟମ୍ବ ଅଫ୍ ସ୍ୟାଣ୍ଡ’କୁ ମିଳିଲା ଅନ୍ତର୍ଜାତୀୟ ବୁକର ପୁରସ୍କାର

ନୂଆଦିଲ୍ଲୀ,ଏଜେନ୍ସି: ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ’କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର ମିଳିଛି। ଏହି ପୁସ୍ତକକୁ ଡେଜି ରକୱେଲ ଅନୁବାଦ କରିଛନ୍ତି। ଏହା ବିଶ୍ୱର ସେହି ୧୩ ପୁସ୍ତକ ମଧ୍ୟରେ ସାମିଲ ଥିଲା, ଯେଉଁ ଅନ୍ତଜାତୀୟ ବୁକର ପୁରସ୍କାର ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହା ହିନ୍ଦି ଭାଷାରେ ପ୍ରଥମ ‘ଫିକ୍‌ଶନ’ ଅଟେ, ଯାହାକି ପ୍ରତିଷ୍ଠିତ ସାହିତ୍ୟିକ ପୁରାସ୍କାରର ଦୌଡରେ ସାମିଲ ଥିଲା।

ଟମ୍ବ ଅଫ୍ ସାଣ୍ଡ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ପୁରସ୍କାର ଜିତିଥିବା କୌଣସି ଭାରତୀୟ ଭାଷାର ପ୍ରଥମ ପୁସ୍ତକ। ଗୁରୁବାର ଲଣ୍ଡନରେ ଏକ ସମାରୋହରେ ଲେଖିକା କହିଛନ୍ତି ଯେ, ସେ ୫୦୦୦୦ ନିଜର ପୁରସ୍କାର ନେଇଛନ୍ତି ଏବଂ ପୁସ୍ତକର ଅନୁବାଦକ ଡେଜି ରକୱେଲଙ୍କ ସହିତ ସେୟାର କରିଛନ୍ତି। ସେ କହିଛନ୍ତି ମୁଁ କେବେ ବୁକର ସ୍ୱପ୍ନ ଦେଖି ନଥିଲି। ଏହି ସମ୍ମାନ ପାଇଁ ବହୁତ ଖୁସି ଅନୁଭବ କରୁଛି । ଏହି ପୁରସ୍କାର ମିଳିବାରେ ନିଜକୁ ଏକ ଭିନ୍ନ ପ୍ରକାରର ସନ୍ତୁଷ୍ଟି ମିଳିଛି।

ଗୀତାଞ୍ଜଳି ଶ୍ରୀ ଉତ୍ତର ପ୍ରଦେଶର ମେନପୁରୀ ନିବାସୀ। ସେ ୩ଟି ଉପନ୍ୟାସ ଓ ଅନେକଗୁଡ଼ିଏ ଗଳ୍ପ ଲେଖିଛନ୍ତି। ତାଙ୍କର କୃତି ଇଂରାଜୀ, ଫ୍ରାଞ୍ଚ, ଜର୍ମାନୀ, ସର୍ବିୟାନ ଓ କୋରିୟାନ ଭାଷାରେ ଅନୁବାଦ ହୋଇଛି। ଦିଲ୍ଲୀରେ ରହୁଥିବା ୬୪ ବର୍ଷୀୟ ଲେଖିକା ଗୀତାଞ୍ଜଳିଙ୍କ ଅନୁବାଦକ ଡେଜି ରକୱେଲ ହେଉଛନ୍ତି ଜଣେ ଚିତ୍ରଶିଳ୍ପୀ ଓ ଲେଖିକା। ସେ ଆମେରିକାରେ ରୁହନ୍ତି। ସେ ଅନକ ଗୁଡ଼ିଏ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟକ କୃତିକୁ ଅନୁବାଦ କରିଛନ୍ତି।