ଦିଲ୍ଲୀକୁ ୫୭ ରନରେ ହରାଇଲା ରାଜସ୍ଥାନ

ଗୌହାଟ୍ଟୀ: ରାଜସ୍ଥାନ ରୟାଲ୍ସ ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ହରାଇ ଦେଇଛି । ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ ହାସଲ କରିଥିଲା । ଏହାର ଜବାବରେ ଦିଲ୍ଲୀ ଟିମ୍ ୧୪୨ ରନରେ ଅଲଆଉଟ ହୋଇଯାଇଥିଲା । ଟ୍ରେଣ୍ଟ ବୋଲ୍ଟ ଓ ୟୁଜଭେନ୍ଦ୍ର ଚହଲ ଜବରଦସ୍ତ ବୋଲିଂ କରି ୩ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟପଟେ ରାଜସ୍ଥାନ ପାଇଁ ଜୋସ ବଟ୍ଟଲର, ୟଶସ୍ୱୀ ଜାୟସବାଲ ଓ ହେଟମାୟର ଧୂଆଁଦାର ବ୍ୟାଟିଂ କରିଥିଲେ ।

ସେହିପରି ଦିଲ୍ଲୀ ତରଫରୁ କ୍ୟାପଟେନ ଡେଭିଡ ୱାର୍ଣ୍ଣର ୫୫ ବଲରେ ୬୮ ରନ୍ କରି ଆଉଟ ହୋଇଥିଲେ । ଏହି ପାଳିରେ ୱାର୍ଣ୍ଣର ୭ଟି ଚୌକା ମାରିଥିଲେ । କିନ୍ତୁ ୱାର୍ଣ୍ଣର ଚହଲଙ୍କ ବୋଲରେ ଆଉଟ ହୋଇଥିଲେ ।