ଅଲୁଙ୍କୁ ‘ପୁଷ୍ପା’ ଅନ୍ଦାଜରେ ଜନ୍ମଦିନ ବାର୍ତ୍ତା ପଠାଇଲେ ଅଷ୍ଟ୍ରେଲୀୟ କ୍ରିକେଟର

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଆଜି ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇ ଥିବାବେଳେ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର ମଧ୍ୟ ଖାସ୍ ଢଙ୍ଗରେ ବାର୍ତ୍ତା ପଠାଇଛନ୍ତି । ଅଲୁଙ୍କ ‘ପୁଷ୍ପା’ ଫିଲ୍ମର ବଡ଼ ପ୍ରଶଂସକ ୱାର୍ଣ୍ଣର ନିଜ ଇନଷ୍ଟାଗ୍ରାମ ଅକାଉଣ୍ଟରେ ଏକ ଖାସ୍ ଭିଡିଓ ସେୟାର କରିଛନ୍ତି । ଉକ୍ତ ଭିଡିଓରେ ୱାର୍ଣ୍ଣର ଓ ତାଙ୍କ ଝିଅଙ୍କ ସହ ଅଲୁଙ୍କୁ ‘ପୁଷ୍ପା’ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ୱାର୍ଣ୍ଣର ‘ପୁଷ୍ପା’ ଫିଲ୍ମର ସିକ୍ୱେଲ ପାଇଁ ଉତ୍ସାହିତ ଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି । ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ଅଲୁ ଅର୍ଜୁନ ଜନ୍ମଦିନର ଦିନକ ପୂର୍ବରୁ ପ୍ରଶଂସକଙ୍କ ପାଇଁ ‘ପୁଷ୍ପା ୨’ର ପୋଷ୍ଟର ରିଲିଜ କରିଥିଲେ । ଉକ୍ତ ପୋଷ୍ଟରରେ ଅଲୁଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।