ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ ଉଦଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏନେଇ ନୂଆଗାଁ ଷ୍ଟେସନ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।
ମନ୍ତ୍ରୀ ବୈଷ୍ଣବ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ବରରୁ ଖୋର୍ଦ୍ଧା ରୋଡ଼ ଦେଇ ନୂଆଗାଁ ନବ ନିର୍ମିତ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଉଦଘାଟନୀ ସଭାରେ ଯୋଗ ଦେଇ ନୂଆଗାଁ ଷ୍ଟେଷନକୁ ଲୋକାର୍ପଣ କରିଛନ୍ତି।
ଭୁବନେଶ୍ବରରୁ ମହିପୁର ଯାଏଁ ଚାଲୁଥିବା ଟ୍ରେନର ନୂଆଗାଁ ରୋଡ ଯାଏଁ ସମ୍ପ୍ରସାରଣ ସହ ଆସନ୍ତା ୧ ତାରିଖରୁ ନୂଆଗାଁରୁ ପୁରୀକୁ ନୂତନ ଟ୍ରେନ ଚାଲିବା ପାଇଁ ଘୋଷଣା ହୋଇଛି। ଏହି ଅବସରରେ ସେବା ଏକ୍ସପ୍ରେସ ବୋଲଗଡ଼ ପି.ଏଚରେ ରହଣୀର ଘୋଷଣା କରାଯିବା ସହ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପି.ଏଚକୁ ଷ୍ଟେସନ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ।