ବାରିପଦା, ଏନ୍ଏନ୍ଏସ୍: ଆଜି ମଧ୍ୟାହ୍ନ ସମୟରେ ବାଦାମପାହାଡ ଷ୍ଟେସନରୁ ଏକ ମାଲବାହୀ ଟ୍ରେନ ଟାଟାନଗର ଅଭୁମୁଖେ ଯାଉଥିବା ସମୟରେ ଛାଣୁଆ ଷ୍ଟେସନ ନିକଟରେ ରେଳପଥ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ସୁପରଭାଇଜର ଅଙ୍କିତ ମିଶ୍ରାକୁ ଧକ୍କା ଦେଇଥିଲା। ଫଳରେ ଅଙ୍କିତଙ୍କ ଗୋଡ଼ କଟି ଯିବା ସାଙ୍ଗକୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଲବାହୀ ଟ୍ରେନଟି ନ ଅଟକି ଟାଟାନଗର ଅଭିମୁଖେ ଚାଲିଯାଇଥିଲା। ଉକ୍ତ ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା।