ରାଇକିଆରେ ବିଜେଡ଼ିର ପ୍ରତିଷ୍ଠା ଦିବସ

ରାଇକିଆ,ଏନ୍ଏନ୍ଏସ୍ :କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ରାଇକିଆରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଅତିଥିଭାବେ ଯୋଗଦେଇ ଥିଲେ। ଜିଲ୍ଲା ବିଜେଡ଼ି ସଂଖ୍ୟାଲଘୁ ସେଲ୍ ସଭାପତି ଜୟାନନ୍ଦ ନାୟକ, ପୂର୍ବତନ ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରଦୀପ ପ୍ରଧାନ, ପୂର୍ବତନ ସ୍ୱତନ୍ତ୍ର ବିିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ, ଜି.ଉଦୟଗିିରି ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନ, ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ବ୍ଲକ ବିଜେଡ଼ି ସଭାପତି ରାଜମୋହନ ଦିଗାଲଙ୍କ ସମେତ ଜି.ଉଦୟଗିରି , ଟିକାବାଲି ଓ ଦାରିଙ୍ଗବାଡ଼ି ବ୍ଲକର ବହୁ ନେତା ଓ କର୍ମୀମାନେ ଏଥିରେ ସାମିଲ୍ ହୋଇଥିଲେ।