ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ୯ମାସ ପରେ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର। କୋଭିଡ଼ କଟକଣା ଭିତରେ ପ୍ରଭୁଙ୍କ ଦର୍ଶନ ହେଉଛି। ତେବେ ଜାନୁଆରୀ ୩୧ ତାରିଖ ଯାଏଁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ତାଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି। ଏହାପରେ ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିରରେ ଦର୍ଶନ ବନ୍ଦ ରହିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୩ ତାରିଖରୁ ଭୁବନେଶ୍ୱର ବାସୀ ଦର୍ଶନ କରିପାରିବେ। ଏଥିପାଇଁ ୫ ଦିନ ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବେ। ଏଥିପାଇଁ ମନ୍ଦିର ବାହାରେ ଥର୍ମାଲ ସ୍କ୍ରିନିଂ ଓ ଆଣ୍ଟିଜେନ ଟେଷ୍ଟ ସେଣ୍ଟର ଖୋଲାଯିବ। ଜାନୁଆରୀ ୬ ତାରିଖ ପରେ ଭୁବନେଶ୍ୱର ବାହାର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ।