ସବରେଜିଷ୍ଟ୍ରାର ଅଫିସର କିରାଣୀଙ୍କ ବାସଭବନରେ ରେଡ୍

ଯାଜପୁର,ଏନ୍ଏନ୍ଏସ୍: ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣୀ ରତ୍ନାକର ମହାନ୍ତିଙ୍କ ଚହଟାସ୍ଥିତ ବାସଭବନ ଉପରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢଉ କରିଛି। ଏନେଇ ଭିଜିଲାନ୍ସ ଇନସପେକ୍ଟର ଅନିତା ଶତପଥୀ ସୂଚନା ଦେଇଛନ୍ତି। ଆଜି ଭୋରରୁ ତାଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ କରିଛି।