‘ବୃନ୍ଦାବନ’ରେ ଚାଲୁଥିଲା ଅନୈତିକ କାମ: ଅଂସଯତ ଅବସ୍ଥାରେ ୧୨ ଯୁବକ ଯୁବତୀ ଉଦ୍ଧାର

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ସିପି ଛକ ସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ସୁଚନା ପାଇ୍ଁ ସଦର ଥାନା ପୁଲିସ ଚଢାଉ କରିଥିଲା। ଚଢାଉ ସମୟରେ ୬ପୁଅ ଓ ୬ଝିଅ ଉଲଗ୍ନ ଅବସ୍ଥାରେ ଥିବା ସମୟରେ ପୁଲିସ ସେମାନଙ୍କୁ ଗିରପଂ କରିଥିଲା। ଏଥି ସହିତ ୬ଜଣ ଯୁବକଙ୍କ ୬ଟି ବାଇକ କୁ ପୁଲିସ ଜବତ କରିଥିବା ଜଣା ଯାଇଛି। ଗିରପଂ ୬ଯୋଡି ଙ୍କ ମଧ୍ୟରୁ ୧ଯୋଡି ପୁଅ ଓ ଝିଅ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସିଦ୍ଧଳ ଗ୍ରାମର ହୋଇଥିବା ବେଳେ ଆଉ ଏକ ଯୋଡିର ପୁଅ ଘର ସଦର ଥାନା ଅନ୍ତର୍ଗତ ସରାମ୍ବୋ ଗ୍ରାମ ଓ ଝିଅ ଘର ନୟାଗଡ ଜିଲ୍ଲାର ବୋଲି ଜଣାଯାଇଛି। ଏଥି ସହିତ ଜଗତସିଂହପୁର ଏସଭିଏମ କଲେଜର ଜଣେ ଝିଅ ଥିବା ଜଣା ଯାଇଛି।

ବାକି ୪ଜଣ ପୁଅ ୩ଜଣ ଝିଅଙ୍କ ସଠିକ୍ ପ୍ରମାଣ ମିଳି ନାହିଁ। ଇତି ମଧ୍ୟରେ ପୁଲିସ ସେମାନଙ୍କୁ ଜେରା ଯାରି ରଖିଥିବା ଜଣା ଯାଇଛି। ଅପର ପକ୍ଷରେ ଥାନାରେ ଅଟକ ଥିବା ସରାମ୍ବୋ ଗ୍ରାମର ପୁଅ ଓ ନୟାଗଡ ଅଂଚଳର ଝିଅ ମଧ୍ୟରେ ବିବାହ ନିମନ୍ତେ ଦିବ ଧାର୍ଯ୍ୟ ସରିଛି। ଆସନ୍ତା ୬ ତାରିଖରେ ସେମାନେ ବିବାହ କରିବେ ବୋଲି ପୁଅ ଓ ଝିଅର ପିତା ଥାନାରେ ଉପସ୍ତିତ ହୋଇ ସୁଚନା ପ୍ରଦାନ କରିଛହ୍ତି।

ବର୍ତ୍ତମାନ ପୁଲିସ ୬ଯୋଡିଙ୍କ ପରିଚୟ, ବୟଷ ଯାଂଚ କରିବା ସହିତ ସେମାନଙ୍କ ଅବିଭାବକମାନଙ୍କୁ ଥାନାରେ ଉପସ୍ତିତ ହେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ସେମାନେ ପେଶାଦାର ଦେହ ବ୍ୟବସାଯୀ ହୋଇ ନଥିବା ଏସ.ଡି.ପି.ଓ ସୁଚନା ପ୍ରଦାନ କରିଛନ୍ତି। ଏଥି ସହିତ ପୁଲିସ ବୃନ୍ଦାବନ ଗେଷ୍ଟ ହାଉସକୁ ସିଲ କରିବା ସହିତ ଗେଷ୍ଟ ହାଉସର ୨ଜଣ କର୍ମ ଚାରିଙ୍କୁ ଉଠାଇ ଆଣି ପଚରା ଉଚରା କରୁଥିବା ଜଣା ଯାଇଛି।