ପ୍ରେମକୁ ନେଇ ପ୍ରେମିକାର ପ୍ରତିଶୋଧ: ପ୍ରେମିକ ଉପରକୁ ଫିଙ୍ଗିଲା ଏସିଡ୍

କଟକ,ଏନ୍ଏନ୍ଏସ୍ : କଟକ ଜିଲା ଜଗତପୁର ଅନ୍ତର୍ଗତ ଶିକାରୀପୁରର ବାରିକସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ଯୁବକଙ୍କ ଉପରକୁ ଏସିଡ଼ ଫୋପାଡ଼ିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଏପରିକି ତାଙ୍କୁ ବିବାହ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଉ ଶେଷରେ ଯୁବତୀ ଜଣକ ଉତକ୍ଷିପ୍ତ ହୋଇ ଏସିଡ଼ ଫୋପାଡ଼ିଥିଲା।

ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ କରିଥିବା ଜଣାପଡ଼ିଛି। ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏସିଡ ଫୋପାଡିଥିବା ଯୁବତୀଙ୍କୁ ଜଗତପୁର ଥାନାରେ ଅଟକ ରଖଯାଇଛି ।