ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ

ବ୍ରହ୍ମପୁର/ସୋନପୁର,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ପିଇଓଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏନେଇ ଉଦ୍ଧବଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ହୋଇଛି। ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ଉ ଚାଲିଥିବା ଜଣାଯାଇଛି।

ଏହାବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦୁର୍ଯ୍ୟୋଧନ ମେହେରଙ୍କ ଘରେ ମଧ୍ୟ ରେଡ୍ ହୋଇଛି। ଦୁର୍ଯ୍ୟୋଧନଙ୍କ ସୋନପୁର ସ୍ଥିତ ଘର ଓ ଚେରୁପାଲିର ପଞ୍ଚାୟତ ଅଫିସରେ ରେଡ ଚାଲିଛି।