ସଇଁନ୍ତଲା,ଏନ୍ଏନ୍ଏସ୍: ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ମିଲ୍ ମାଲିକ କରୁଥିଲା ବେଆଇନ କାରବାର। ଏହାର ପର୍ଦ୍ଦାଫାସ୍ କରିଛି ପୁଲିସ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ବିବିନା ସ୍ଥିତ ଶିବାଏଗ୍ରୋ ରାଇସ ମିଲରେ ଚଢଉ କରାଯାଇ ସିଲ କରିଛି। ଚଢଉ ପରେ ମିଲ ଭିତରେ ହଜାର ହଜାର ବସ୍ତା ଧାନ ଓ ଚାଉଳ ପଡିରହିଥିବା ଜଣାପଡ଼ିଛି। ଏହି ସାମଗ୍ରୀଗୁଡ଼ିକ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ଜଣାପଡିଛି।
ଟିଟିଲାଗଡ଼ ଯୋଗାଣ ବିଭାଗ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ଯୋଗାଣ ଅଧିକାରୀ ଓ ପୁଲିସ ପ୍ରଶାସନ ଉପସ୍ଥିତିରେ ଚଢ଼ଉ ପାଇଁ ନିର୍ଦ୍ଦେଶ ଦେଇଥିଲା ଯୋଗାଣ ବିଭାଗ। ମିଲ ପରିସରରେ ଥିବା ତିନୋଟି ଗୋଦାମକୁ ମଧ୍ୟ ସିଲ୍ କରାଯାଇଛି। ତେବେ ମିଲରେ କେତେ ପରିମାଣରେ ଧାନ ଓ ଚାଉଳ ଗଛିତ ଅଛି ତାହା ଓଜନ ପରେ ଜଣାପଡିବ ବୋଲି ଟିଟିଲାଗ ଅତିକରିକ୍ତ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ପ୍ରକାଶ କରିଛନ୍ତି। ୨ଟି ପ୍ଲାଣ୍ଟ ସମତେ ଶିବା ଏଗ୍ରୋ ରାଇସ ମିଲର ସମସ୍ତ ମୁଖ୍ୟ ପଥକୁ ସିଲ କରାଯାଇଛି।