ବିହାର ବିଧାନସଭାରେ ମଦ ବନ୍ଦ ଆଇନ ସଂଶୋଧନ ବିଧେୟକ ପାରିତ

ବିହାର: ବିହାର ବିଧାନସଭାରେ ମଦ ବନ୍ଦ ଆଇନ ପରିବର୍ତ୍ତନକୁ ସବୁଜ ସଙ୍କେତ ମିଳିଛି । ଅବକାରୀ ମନ୍ତ୍ରୀ ସୁନୀଲ କୁମାର ବିଧାନସଭାରେ ମଦ ନିଷେଧ ଓ ଉତ୍ପାଦ ସଂଶୋଧନ ବିଧେୟକ ୨୦୨୨କୁ ଆଗତ କରିଥିଲେ । ସଂଶୋଧନକୁ ନୀତିଶ କ୍ୟାବିନେଟ ପୂର୍ବରୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏବେ ସଂଶୋଧିତ ବିଧେୟକକୁ ରାଜ୍ୟପାଳଙ୍କୁ ପଠାଯିବ । ପରେ ଏହା ଆଇନରେ ପରିଣତ ହେବ ।

ଆଇନ ସଂଶୋଧନ ପରେ ମଦ ପିଇ ପ୍ରଥମଥର ପାଇଁ ଧରାପଡ଼ିଲେ ଜେଲ ଯିବାକୁ ପଡ଼ିବନି । ମାଜିଷ୍ଟ୍ରେଟ ଜୋରିମାନା ନେଇ ଛାଡ଼ିଦେବେ । କିନ୍ତୁ ବାରମ୍ବାର ମଦ ପିଇ ଧରାପଡ଼ିଲେ କଡ଼ା ପାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜୋରିମାନା ରାଶି ସ୍ଥିର କରାଯାଇ ନାହିଁ । ସଂଶୋଧିତ ଆଇନରେ ଆଉ କ’ଣ ପ୍ରାବଧାନ ରହିବ ତା’ର ନିୟମାବଳୀ ପ୍ରସ୍ତୁତ ହେବ ।