ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ : ଭାରତରେ ଭ୍ୟାକ୍ସିନ କେବେ?

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ଦେଶବାସୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ସରକାର ମଧ୍ୟ ଏନେଇ ସଙ୍କେତ ଦେଇ ସାରିଛନ୍ତି। ଆଉ ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଭ୍ୟାକ୍ସିନକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, ବିଶ୍ୱର ୨୩ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ମିଳି ସାରିଲାଣି। ଚୀନ, ଆମେରିକା, ଋଷ ଓ ବ୍ରିଟେନ ମଧ୍ୟ ଟିକାକରଣ ଆରମ୍ଭ କରି ସାରିଲେଣି। ଭାରତର ନମ୍ବର କେବେ ଆସିବ ମୋଦି ଜୀ?

ରାହୁଲ ତାଙ୍କ ଟ୍ୱିଟ୍ ସହ ଏକ ଗ୍ରାଫ୍ ମଧ୍ୟ ସେୟାର କରିଛନ୍ତି। ଏଥିରେ କେଉଁ ଦେଶର କେତେ ଲୋକ ଭ୍ୟାକ୍ସିନ ପାଇଛନ୍ତି ତାହା ଦର୍ଶାଯାଇଛି।