ରାଜନୀତି ଖେଳ ଛାଡ଼ି କ୍ରିକେଟ ବ୍ୟାଟ ଧରିଲେ ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଥିବାବେଳେ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହାତରେ କ୍ରିକେଟ ବ୍ୟାଟ୍ ଧରି ନିଆର ରାଜନୀତି ପ୍ରଚାର କରୁଛନ୍ତି। ତେବେ ରାଜନୀତି ଖେଳ ଛାଡ଼ି ବର୍ତ୍ତମାନ ରାହୁଲ ଗାନ୍ଧୀ କ୍ରିକେଟ ନେଟ ପ୍ରାକ୍ଟିସ କରୁଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ସେ ଜଣେ ପେଷାଦାର ଖେଳାଳି ଭାବେ ବିଭିନ୍ନ ଦିଗକୁ ବଲ ଷ୍ଟ୍ରାଇକ କରିଥିଲେ । ଏପରିକି ଲଙ୍ଗଅନ ଓ ଲଙ୍ଗ ଅଫରେ ସଟ୍ ମାରିବା ସହ ଷ୍ଟ୍ରେଟ ଡ୍ରାଇଭ ଓ କଭର ଡ୍ରାଇଭ ବି କରୁଥିବା ଦେଖିବାକୁ ମିଳିଥିଲା ।

ହରିଆଣାରେ ନିର୍ବାଚନୀ ପ୍ରଚାର ଶେଷ କରି ରାହୁଲ ଗାନ୍ଧୀ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ଆଉ ଅଚାନକ ପାଗ ଖରାପ ହେବାରୁ ତାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ହରିଆଣା ରେୱାଡିର କେଏଲ କଲେଜ ପଡିଆରେ ଓହ୍ଲାଇବା ପରେ କଲେଜ ପିଲାଙ୍କ ସହ ସେ କ୍ରିକେଟ ଖେଳିଥିଲେ ।