ପି. ଚିଦାମ୍ବରମ ଓ ପୁଅ କାର୍ତ୍ତିଙ୍କୁ ୩୫.୫କୋଟି ଲାଞ୍ଚ ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୋମବାର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଶୁଣାଣି କରବେ ବୋଲି ଜଣାଯାଇଛି। ଶୁକ୍ରବାର ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମ, ପୁଅ କାର୍ତ୍ତି ଚିଦମ୍ବରମ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଇନ୍ଦ୍ରାଣୀ ମୁଖାର୍ଜୀ ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ୩୫.୫ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି।

ସିଙ୍ଗାପୁର, ମରିସସ, ବରମୁଣ୍ଡା, ଇଂଲଣ୍ଡ ଓ ସ୍ୱିଜରଲାଣ୍ଡରେ ଏହି ଟଙ୍କା ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଏହି ଚାର୍ଜସିଟକୁ ବିଶେଷ ବିଚାରପତି ଲାଲ ସିଂଙ୍କ ସମ୍ମୁଖରେ ଦାଖଲ କରାଯାଇଛି । ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମଙ୍କୁ ୭ ଦିନ ଜେରା କରିବାପାଇଁ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଇଡିଙ୍କୁ ଅନୁମତି ଦେଇଛନ୍ତି।