ସୀତାପୁରରେ ପ୍ରିୟଙ୍କାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିବାକୁ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଠାରେ ପୀଏସୀ ଗେଷ୍ଟ ହାଉସରେ ୟୁପି ପ୍ରଶାସନ ପ୍ରିୟଙ୍କାଙ୍କୁ ଗିରଫ କରି ରଖିଥିଲେ। ଆଜି ସୀତାପୁରର ଅସ୍ଥାୟୀ ଜେଲରୁ ପ୍ରିୟଙ୍କାଙ୍କୁ ଖଲାସ କରି ଦିଆଯାଇଛି। ଏବେ ଉଭୟ ନେତା ଲଖିମପୁର ଗସ୍ତ କରିବେ। ରାତିରେ ରାହୁଲ ଦିଲ୍ଲୀ ଫେରିପାରନ୍ତି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଲଖୀମପୁର ପହଂଚିବା ପରେ ରାହୁଲ ଗାନ୍ଧୀ ପ୍ରଥମେ ମୃତ ସାମ୍ବାଦିକ ରମନ କଶ୍ୟପଙ୍କ ଘରକୁ ଯିବେ। ପରେ ହିଂସାରେ ପ୍ରାଣ ହରାଇଥିବା କୃଷକ ଲବପ୍ରୀତ ସିଂହ ଓ ନଛତ୍ତର ସିଂହଙ୍କ ପରିବାରକୁ ଭେଟିବେ।