ପିତାଙ୍କ ମୃତ୍ୟୁ ପରେ ଆତଙ୍କବାଦୀଙ୍କୁ ଚେତାବନୀ ଦେଲେ ଝିଅ: ସାହାସ ଅଛି ତ ସାମ୍ନାକୁ ଆସ

ନୂଆଦିଲ୍ଲୀ: କଶ୍ମୀର ଘାଟିରେ ମଙ୍ଗଳବାର ସନ୍ଦିଗ୍ଧ ଆତଙ୍କବାଦୀ ୯୦ ମିନିଟ୍ ମଧ୍ୟରେ ୩ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ କଶ୍ମୀର ପଣ୍ଡିତ ମାଖନଲାଲ ବିଦ୍ରୁ ମଧ୍ୟ ଥିଲେ ଯାହାଙ୍କ ଦୋକାନରେ ଆତଙ୍କବାଦୀମାନେ ପଶି ତାଙ୍କୁ ହତ୍ୟା କରିଥିଲେ। ଆଜି ମାଖନଲାଲ ବିଦ୍ରୁଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ମାଖନଲାଲଙ୍କ ହତ୍ୟା ପରେ ତାଙ୍କ ଝିଅ ଶ୍ରଦ୍ଧା ବିଦ୍ରୁ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି। ଶ୍ରଦ୍ଧା ବିଦ୍ରୁ କହିଛନ୍ତି ଯେ, ‘ଯଦି ତୁମ (ଆତଙ୍କୀ) ପାଖରେ କୌଣସି ଶିକ୍ଷା ରହିଛି ତେବେ ସାମ୍ନାକୁ ଆସି କଥା ହୁଅ। ମୋ ପିତା ମୋତେ ଏହା ହିଁ ଶିକ୍ଷା ଦେଇଛନ୍ତି। ନେତାମାନେ ତୁମକୁ ବନ୍ଧୁକ ଓ ପଥର ଦେଇଛନ୍ତି ତୁମେ ସେଥିରେ ହିଁ ଲଢ଼ିବ, ଏସବୁ କାପୁରୁଷର କାମ। ତୁମେମାନେ ପଛ ପଟୁ ହିଁ ଗୁଳି ଚଲାଇପାରିବ। ଶରୀର ହିଁ ଉଡ଼ାଇଛ ନା ତୁମେ, ମୁଁ ତାଙ୍କର ହିଁ ଝିଅ। ମୋ ପିତା ଆତ୍ମା ରୂପେ ସବୁବେଳେ ଜୀବିତ ରହିବେ। ଯିଏ ବି ତାଙ୍କୁ କାମ କରୁଥିବା ସମୟରେ ଗୁଳି ମାରିଛି… ଯଦି ସାହସ ଅଛି ସାମ୍ନାକୁ ଆସି ମୋ ଆଖିରେ ଆଖି ମିଶାଇ କଥା ହୁଅ।’