ଲକ୍ଷାଧିକ ଲୋକଙ୍କୁ ରୋଜଗାର ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଟେକ୍ସଟାଇଲ ଉଦ୍ୟୋଗରେ ରୋଜଗାର ଅବସର ବଢ଼ାଇବା  ଓ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ୭ଟି ଇଣ୍ଟୀଗ୍ରେଟେଡ ମେଗା ଟେକ୍ସଟାଇଲ ପାର୍କର ସ୍ଥାପନା କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଆଗାମୀ ୫ ବର୍ଷରେ ଏହି ପାର୍କରେ  ମୋଟ ୪,୪୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟେଲ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟେଲ କହିଛନ୍ତି ଯେ, ଏହି ପାର୍କର ସ୍ଥାପନା ଦ୍ୱାରା ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଉକ୍ତ ସେକ୍ଟରରେ ଏଫଡୀଆଇ ଏବଂ ସ୍ଥାନୀୟ  ନିବେଶକୁ ପ୍ରୋତ୍ସାହିତ କରାଯିବ। ପୀଏମ୍ ମିତ୍ର ଏକ ଇଣ୍ଟ୍ରୀଗ୍ରେଟେଡ ଟେକ୍ସଟାଇଲ ଭେଲ୍ୟୁ ଚେନକୁ ପ୍ରସ୍ତୁତ କରିବା ପାଇଁ ଅବସର ପ୍ରଦାନ କରିବ। ଏଥିସହିତ ପ୍ରତ୍ୟେକ ପାର୍କରେ ୧ଲକ୍ଷ ପ୍ରତ୍ୟେକ୍ଷ ଓ ୨ଲକ୍ଷ ଅପ୍ରତ୍ୟେକ୍ଷ ରୋଜଗାର ଅବସର ସୃଷ୍ଟି ହେବ।