ନିର୍ବାଚନ ସରିଲେ ବିଦେଶ ଯିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୯ ତାରିଖରେ ବିଦେଶ ଯିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ଏହି ସମୟରେ ରାହୁଲ ସିଙ୍ଗାପୁର, ଇଣ୍ଡୋନେସିଆ, ଭିଏତନାମା ଓ ମାଲେସିଆ ଗସ୍ତରେ ଯିବେ । ରାହୁଲଙ୍କ ଏହି ଯାତ୍ରା ୫ ରାଜ୍ୟର ନିର୍ବାଚନ ଫଳାଫଳର ସପ୍ତାହକ ପରେ ହେବ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ସମେତ ୫ ରାଜ୍ୟରେ ନିର୍ବାଚନ ଚାଲିଛି । ସବୁ ରାଜ୍ୟର ମତଦାନ ହୋଇସାରିଥିବାବେଳେ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ହେବ । ସବୁ ରାଜ୍ୟର ଫଳାଫଳ ଏକାସହ ଡିସେମ୍ବର ୩ରେ ଆସିବ ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସିଙ୍ଗାପୁର ଓ ମାଲେସିଆରେ ଭାରତୀୟ ଲୋକଙ୍କୁ ଭେଟିବେ । ଏହି ସମୟରେ ସେ କିଛି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଭିଏତନାମରେ ଦୂତବାସ ଏବଂ ଭିଏତନାମ କମ୍ୟୁନିଟି ପାର୍ଟିର ନେତାଙ୍କୁ ଭେଟିବେ ।