ଉତ୍ତରକାଶୀ ଟନେଲ ରେସ୍କ୍ୟୁ: ଅଳ୍ପ ସମୟର ଅପେକ୍ଷା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ବାହାରକୁ କାଢ଼ିବା ପାଇଁ ଜୋରଦାର ପ୍ରୟାସ ଜାରୀ ରହିଛି । ଟନେଲ ଭିତରକୁ ଆମ୍ବୁଲାନ୍ସ ପଠାଯାଇଛି । ଟନେଲର ପ୍ରବେଶ ଦ୍ୱାରରେ ଏନଡିଆରଏଫ୍ ଟିମ୍ ମହଜୁଦ ଅଛନ୍ତି । ଉଦ୍ଧାର ପରେ ଶ୍ରମିକଙ୍କୁ ଚିନ୍ୟାଲୀସୌଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବ ।

ଅନ୍ୟପଟେ ଏମ୍ସ ଋିଷିକେଶର ସହାୟକ ଡାକ୍ତର ନରିନ୍ଦର କୁମାର କହିଛନ୍ତି ଯେ, ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଉପଚାର ଆବଶ୍ୟକତା ପୂରଣ ନହେଲେ ଶ୍ରମିକଙ୍କୁ ଏମ୍ସ ଅଣାଯିବ । ଏମ୍ସ ଋିଷିକେଶର ଟ୍ରୋମା ସେଣ୍ଟରରେ ୨୦ ଶଯ୍ୟା ଓ କିଛି ଆଇସିୟୁ ବେଡ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଆଦେଶରେ ଉତ୍ତରକାଶୀ ଲାଗି ଏକ ଡାକ୍ତରୀ ଟିମ୍ ପଠାଯାଇଛି ।