୮ ଦିନ ପାଇଁ ଝାଡ଼ଖଣ୍ଡ ସମ୍ପୂର୍ଣ୍ଣ ଲକଡାଉନ

ରାଞ୍ଚି: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡରେ ୮ଦିନ ଲକଡାଉନ ହେବ। ଏହି ଲକଡାଉନ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି ସମୟରେ ଆବଶ୍ୟକ ସେବାକୁ ଅନୁମତି ପ୍ରଦାନ କରାଯାଇଛି। ଧାର୍ମିକ ସ୍ଥଳ ମଧ୍ୟ ଖୋଲା ରହିବ କିନ୍ତୁ ଶ୍ରଦ୍ଧାଳୁ ଭିଡ଼ ଜମାଇ ପାରିବେ ନାହିଁ। ଖାଦାନ, ଚାଷ ଓ ନିର୍ମାଣଧୀନ ସହ ଜଡ଼ିତ ଗତିବିଧି ଜାରି ରହିବ ବୋଲି ଜଣାପଡ଼ିଛି।