ନୂଆଦିଲ୍ଲୀ,ଏଜେନ୍ସି: ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଆଜି ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ କରିଛି। ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ‘ସ୍ପିକିଂ ଆଉଟ ଏଗେନଷ୍ଟ ପ୍ରାଇସ ରାଇଜ’ ଅଭିଯାନରେ ଯୋଗ ଦେଇ ମୁଦ୍ରାସ୍ଫୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
ସେ ଟୁଇଟ୍ କରି କହିଛନ୍ତି, ମୁଦ୍ରାସ୍ଫୀତି ଏକ ଅଭିଶାପ। କେନ୍ଦ୍ର ସରକାର କେବଳ ଟିକସ ପାଇବା ପାଇଁ ଲୋକଙ୍କୁ ମୁଦ୍ରାସ୍ଫୀତିର ଦ୍ୱନ୍ଦ୍ୱରେ ପକାଉଛନ୍ତି। ତେଣୁ ଦେଶର ବିନାଶ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ରାହୁଲ ଆହ୍ୱାନ ଦେଇଛନ୍ତି।
କଂଗ୍ରେସ ସାଂସଦ ଶଶୀ ଥରୁର ଅଭିଯୋଗ କରିଛନ୍ତି, ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ସାଧାରଣ ଲୋକଙ୍କ ପକେଟକୁ ଖାଲି କରିଦେଉଛି। ଦେଶର ଲୋକମାନେ ଏହାକୁ ବରଦାସ୍ତ କରିବେ ନାହିଁ ଏବଂ ସ୍ୱର ଉତ୍ତୋଳନ କରିବେ।